ଭୁବନେଶ୍ଵର: ଗୃହରେ ଉଠିଲା କିଟ୍ ତାତି । ବିରୋଧି ଦଳଙ୍କୁ ଶାସକ ଦଳର ଟାର୍ଗେଟ୍ । ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କଲେ ବିଧାୟକ । କିଟ୍ ମାଲିକଙ୍କୁ କିଏ କୋଳରେ ବସାଇଥିଲେ କହି କଲେ କଟାକ୍ଷ । ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ ଆଜି କିଟ୍ ପ୍ରସଙ୍ଗକୁ ଉଠାଇଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।
ବିରୋଧି ଦଳକୁ ଟାର୍ଗେଟ୍ କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କିଟ୍ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ସିଧାସଳଖ ନିସାନା ଲଗାଇ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, କିଟ୍ ମାଲିକ କେଉଁ ଦଳର ଥିଲେ, କିଏ ତାଙ୍କୁ କୋଳରେ ବସାଇଥିଲେ କଟାକ୍ଷ କରିଛନ୍ତି ବିଧାୟକ । ସେ ଆହୁରି ମଧ୍ୟ କହିଛନ୍ତି, ପରୀ, ମମତା, ମାହାଙ୍ଗା ଘଟଣାରେ ମଧ୍ୟ ବିଜେଡି ବିଧାୟକ ସାମିଲ ଥିଲେ । କିନ୍ତୁ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ହେଲେ ଆଜି ଆଇନଶୃଙ୍ଖଳା ପାଠ ପଢ଼ାଉଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।