
ବିମାନ ସେବା କ୍ଷେତ୍ରରେ ଓଡ଼ିଶାରେ ଯୋଡ଼ି ହେବ ନୂୂଆ ଅଧ୍ୟାୟ।ନୂଆବର୍ଷରୁ ଜନସାଧାରଣଙ୍କର ଯାତାୟାତ ବ୍ୟବସ୍ଥା ହେବ ସୁଗମ । ଜାନୁଆରୀ ପହିଲାରୁ ରାଜଧାନୀ ଭୁବନେଶ୍ବରରୁ ଦେଶର ଆଉ ୫ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ନୂଆବର୍ଷରୁ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, ଲକ୍ଷ୍ମୌ, ଜୟପୁର ଓ କୋଚିନ୍କୁ ଉଡ଼ିବ ବିମାନ। ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଦେଇଛନ୍ତି ସୂଚନା।
ନୂଆବର୍ଷରୁ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଏହି ସେବା ପ୍ରଦାନ କରିବେ। ଇଣ୍ଡିିଗୋ ବିମାନ ସପ୍ତାହକୁ ୪ ଦିନ ଇନ୍ଦୋର ଓ ତିନି ଦିନ ଡେରାଡୁନ ଉଡ଼ାଣ ଭରିବ। ଜାନୁଆରୀ ୧ ତାରିଖରୁ ଏହି ସେବା ପ୍ରଦାନ କରିବ ଇଣ୍ଡିଗୋ। ଏହି ସ୍ଥାନକୁ ଜାନୁଆରୀ ୧ ତାରିଖ ଅପରାହ୍ନ ୩ଟାରେ ପ୍ରଥମ ଉଡ଼ାଣ ଭରିବବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କତୃପକ୍ଷ ।