
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।ଅପରାହ୍ନରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ ନେତା ସାମିଲ ହେବେ।
କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଉତ୍ସବରେ ଯୋଗଦେବେ। ଶପଥ ନେବା ପୂର୍ବରୁ ଟ୍ବିଟ୍ କରି ହେମନ୍ତ ସୋରେନ କହିଛନ୍ତି ଆଜିର ଦିନ ଐତିହାସିକ ହେବ।ଆଜି ଏକାକୀ ଶପଥ ନେବେ ଜେଏମଏମ ମୁଖ୍ୟ। ପରେ ଝାଡ଼ଖଣ୍ଡ ମନ୍ତ୍ରିମଣ୍ଡଳ ବିସ୍ତାର ହେବ। ଏପର୍ଯ୍ୟନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜେଏମଏମ ସହଯୋଗୀ କଂଗ୍ରେସ ତରଫରୁ କୌଣସି ମନ୍ତ୍ରୀଙ୍କ ତାଲିକା ଗ୍ରହଣ କରି ନାହିଁ। ଇଡି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସାରେନ୍ ଫସିଥିଲେ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି ଝାଡ଼ଖଣ୍ଡ ଜନତା।
ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ। ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ ହେମ୍ବରମଙ୍କୁ ୩୯ ହଜାର ୪୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୋରେନ। ସୋରେନଙ୍କୁ ୯୪ ହଜାର ୮୪୦ ଖଣ୍ଡ ଭୋଟ୍ ମିଳି ଥିବାବେଳେ ହେମ୍ବରମଙ୍କୁ ୫୫ ହଜାର ୪୨୪ ଖଣ୍ଟ ଭୋଟ୍ ମିଳିଛି।