
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଏକ କଣ୍ଟେନର ଟୋଲଗେଟକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜାଳି ଯାଇଥିଲା ।ଜକଣ୍ଟେନରଟିରେ ଚା’ ବୋଝେଇ ହୋଇଥିଲା। ତାହା ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।
ଟ୍ରକ୍ଟି ଟୋଲଗେଟ୍ର ୬ ନମ୍ବର ଲେନ୍ର ସୁରକ୍ଷାବାଡ଼ ଭାଙ୍ଗି ଦ୍ରୁତଗତିରେ ମାଡ଼ିଯାଇଥିଲା ଓ ଟୋଲଗେଟ୍ରେ ପିଟି ହୋଇଥିଲା। ଏହା ପରେ ଟ୍ରକ୍ଟିରେ ନିଆଁ ଲାଗି ଯାଇଥିଲା। ଟୋଲଗେଟ୍ର ବିପୁଳ କ୍ଷତି ହୋଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ହତାହତ ହୋଇନାହାନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଜଳେଶ୍ୱର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଳିଯାଇଥିବା ବେଳେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର।