ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ବସିବ ।ଆଜିର ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ବସିବ ।ଏହି ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିପାରେ। ମନ୍ତ୍ରୀ ପରିଷଦ ବୈଠକ ପରେ କ୍ୟାବିନେଟ୍ ବୈଠକ ଆରମ୍ଭ ହେବ।ଆସନ୍ତା ୨୬ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ସରକାର ପ୍ରଥମ ଅତିରିକ୍ତ ବଜେଟ ଆଣିବେ। ନେଇ ବିଭିନ୍ନ ବିଭାଗ ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ଦେଇଛନ୍ତି।କ୍ୟାବିନେଟ୍ରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର।
ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଇତ୍ୟାଦି ପ୍ରସଙ୍ଗରେ ସରଗରମ ହେବା ଆଶଙ୍କା କରାଯାଉଛି। ଆକ୍ରମଣ-ପ୍ରତି ଆକ୍ରମଣରେ ବେଶ୍ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ।