ବବି ଦାସଙ୍କ ଭାଇ ଭଵ ପ୍ରକାଶ ଦାସ ଅଟକ ରଖାଯାଇଛି । ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ଯାଜପୁର ଟାଉନ ଥାନା ପୁଲିସ ଗିରଫ କରିଥିବା ସୂଚନା ରହିଛି।ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ। ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ପରେ ତାଙ୍କୁ ଗିରଫ କରାଯାଇ ଏସ୍ଡିଜେଏମ୍ଙ୍କ ବାସଭବନକୁ ନେଇଛି ପୁଲିସ। କଡ଼ା ସୁରକ୍ଷାରେ ଭବ ପ୍ରସାଦ ଦାସଙ୍କୁ ଅଣାଯାଉଥିବା ବେଳେ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା ପାଇଁ ମୁଖ୍ୟ ଛକ ଗୁଡିକରେ ପୁଲିସ ମୁତୟନ ରହିଛି। ସେପଟେ ବିରଜା ହାଟ ନିକଟରେ ରାସ୍ତାରୋକ ସମୟରେ ଦୁର୍ବବ୍ୟହାର ଅଭିଯୋଗ ଆଣି ଏତଲା ଦେଇଥିଲେ ଜଣେ କାର୍ଯ୍ୟରତ ମହିଳା ଏସଆଇ ।
ଏତଲା ଆଧାରରେ ଟାଉନ ଥାନା ପୋଲିସ ଭବ ପ୍ରସାଦ ଦାସ ଓ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ସମେତ ୪୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ବିଏନଏସ ଧାରା ୧୯୦, ୧୨୬(୨), ୧୩୨, ୨୯୬ ଓ ୩୫୧(୧) ଭଳି ଏକାଧିକ ମାମଲା ରୁଜୁ ହୋଇଛି ।