ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ସହ ଦିଲ୍ଲୀ ଆକାଶରେ ଧୂଆଁ ଧୂଆଁ ହୋଇ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ସମସ୍ତ ରେକର୍ଡ ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ଆଜି AQI ୫୦୦ ଟପିଛି । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ GRPA ୪ ଲାଗୁ କରାଯାଇଛି। ଏହି କାରଣରୁ ଦିଲ୍ଲୀର ସ୍କୁଲଗୁଡିକ ମଧ୍ୟ ବନ୍ଦ ରହିଛି। କ୍ଲାସଗୁଡ଼ିକ ବର୍ତ୍ତମାନ ଅନଲାଇନ୍ ମାଧ୍ୟମ ମାଧ୍ୟମରେ କରାଯାଉଛି।ସେହିପରି ଦିଲ୍ଲୀ ୟୁନିର୍ଭସିଟି ଓ ଜେଏନ୍ୟୁ ମଧ୍ୟ ବନ୍ଦ ରଖାଯାଇଛି।
ଅନ୍ଲାଇନ୍ କ୍ଲାସ ପାଇଁ ଘୋଷଣା ହୋଇଛି। ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। ଏନେଇ ଗୋପାଳ ରାଏ ଟ୍ୱିଟ କରିଛନ୍ତି। ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।