
ରାଜ୍ୟସରକାର ରୋଗୀ ସେବାକୁ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣୁଛନ୍ତି ।ଏଣିକି ନିରାମୟ କେନ୍ଦ୍ରରେ ୨୪ଘଣ୍ଟା ମିଳୁଛି ଔଷଧ ।ଔଷଧ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ନିରାମୟ କେନ୍ଦ୍ରରେ ୨୪ ଘଣ୍ଟା ଔଷଧ ମିଳିବ। ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍ ଗଠନ ହୋଇଛି। ନିରାମୟ ଖୋଲା ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ଔଷଧ ନିଗମର ଔଷଧ ଠିକ୍ ସମୟରେ ପହଞ୍ଚୁଛି ନା ନାହିଁ ସମୀକ୍ଷା କରିବା ସହ ଔଷଧ, ନାପକିନ୍ କିପରି ସ୍କୁଲ୍ରେ ପହଞ୍ଚିବ ତା ଉପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁତ୍ବ ଦେଇଛନ୍ତି।