
ରାଜଧାନୀର ଖଣ୍ଡଗିରି ଅଂଚଳରେ ୧୦ରୁ ୧୨ବର୍ଷର ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କଲାଣି ।ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଙ୍ଗଠନ ଏହାକୁ ତୀବ୍ର ବିରୋଧ କରିଛନ୍ତି।
ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।ଜଣେ ଶିଶୁଙ୍କୁ ବାବା ସଜାଇ ତାଙ୍କ ପାଦରେ ଜୁଳସୀ ଚଢାଇବା ଫଟୋ ଭାଇରାଲ ହେବା ପରେ ଏହି ଆଶ୍ରମର ଗୁମର ଫିଟିଥିଲା । କିନ୍ତୁ ଏହାକୁ ନେଇ ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏହି ଘଟଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଶ୍ରମ ଲୋକେ କହୁଛନ୍ତି ଶିଶୁ ଜଣଙ୍କ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ।
ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ପୁଅକୁ ବାବା ସଜେଇ ଲୋକଙ୍କଠୁ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।