
କୋଲକାତା ବିବାଦରେ ପଡୁ ନାହିଁ ପୂର୍ଣ୍ଣଛେଦ ।ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅନଶନ ଆରମ୍ଭ କରିଛନ୍ତି ଜୁନିୟର ଡାକ୍ତର ।ମମତା ସରକାର ସେମାନଙ୍କୁ ପ୍ରତିଶୃତି ଦେବା ପରେ ପ୍ରତିଶୃତି ପୂରଣ କରିନଥିବାରୁ ସେମାନେ ଆଣିଛନ୍ତି ଅଭିଯୋଗ। ତେବେ ଶୁକ୍ରବାର ଧର୍ମତାଲାର ଡୋରିନା କ୍ରସିଂରେ ଧାରଣ ଆରମ୍ଭ କରିଥିଲେ ଜୁନିଅର ଡାକ୍ତର।
ରାଜ୍ୟସରକାର ଦେଇଥିବା ପ୍ରତିଶୃତିରେ ବିଫଳ ହୋଇଛନ୍ତି ।ତେଣୁ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଆରମ୍ଭ କରୁଛୁ ବୋଲି ଦୃଢ ଚେତାବନୀ ଦେଇଛନ୍ତି ଜୁନିୟର ଡାକ୍ତର ସଂଘ ।ସେପ୍ଟେମ୍ବର ୧୭ ତାରିଖରେ ଜୁନିଅର ଡାକ୍ତର ଓ ମମତା ସରକାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଜୁନିଅର ଡାକ୍ତରଙ୍କ ସମସ୍ତ ଦାବିକୁ ମାନିଥିଲେ ରାଜ୍ୟ ସରକାର ।
ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ଏହା ସହିତ କୋଲକାତା ସିପି ବିନିତ ଗୋୟଲଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଡାକ୍ତରମାନେ ମମତା ସରକାରଙ୍କ ନିକଟରେ ପାଞ୍ଚଟି ଦାବି କରିଥିଲେ। ସେଥିମଧ୍ୟରୁ ତିନୋଟି ସରକାର ଗ୍ରହଣ କରିଥିଲେ। ଏହାର କିଛି ଦିନ ପରେ ଡାକ୍ତରମାନେ ବିରୋଧ ବନ୍ଦ କରିଥିଲେ। ତେବେ ଆଉ ଦୁଇଟି ଦାବି ପୂରଣ ହୋଇନଥିବାରୁ ଡାକ୍ତରମାନେ ପୁଣି ବିରୋଧ କରି ଅନଶନ ଆରମ୍ଭ କରିଛନ୍ତି ।