
ପୁରୀରେ ରହି ହବିଷ୍ୟ ବ୍ରତ କରୁଥିବା ହବିଷ୍ୟାଳିଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ଏହା ଅକ୍ଟୋବର ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ ପୂରଣ ପର୍ଯ୍ୟନ୍ତ ଜାରି ରହିବ । ଏହା ଅକ୍ଟୋବର ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ ପୂରଣ ପର୍ଯ୍ୟନ୍ତ ଜାରି ରହିବ । ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ଏଥର ବ୍ୟବସ୍ଥା ହୋଇଛି ।
ଏନେଇ ପୂର୍ବରୁ ବିଜ୍ଞପ୍ତି ଜାରୀ ହୋଇଛି ।ଅକ୍ଟୋବର ୧୮ରୁ ମହାପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହେବ।ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ହବିଷ୍ୟାଳି ରହିବେ । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବାକୁ ଥିବା ବେଳେ କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ପୁରୀ ଜିଲାପାଳ ଯୋଜନା କରିଛନ୍ତି ।
ଏକମାସ ଧରି ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ଶେଷ ହୋଇଛି । ସେପଟେ ପୁଣ୍ୟର ମାସ କାର୍ତ୍ତିକରେ ବ୍ରତଧାୀରୀ ମାନଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ ବୋଲ ଜିଲାପାଳ କହିଛନ୍ତି ।