
ଆରମ୍ଭ ହୋଇଛି ପାର୍ବଣ ଋତୁ ।ଦଶହରା ପାଇଁ ଗାଁ ରୁ ସହର ସବୁଠି ଚଳଚଞ୍ଚଳ ।ପ୍ରତିବର୍ଷ ଦୁର୍ଗାପୂଜାରେ ଦଶହରାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ ।ଏ ନେଇ ହାଇକୋର୍ଟ ବଡ ଶୁଣାଣି କରିଛନ୍ତି।ତେବେ ଚଳିତଥର ରାବଣ ପୋଡ଼ିରେ ହେବନି ବାଣ ପ୍ରତିଯୋଗିତା ।
ସୁରୁଖୁରରେ ରାବଣ ପୋଡ଼ି ଉପରେ ହାଇକୋର୍ଟ ଗୁରୁତ୍ବ ଦେଇଛନ୍ତି। ରାବଣ ପୋଡ଼ିରେ ଚଳିତଥର ହେବନି ବାଣ ପ୍ରତିଯୋଗିତା। କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍ କମିଟିର ପ୍ରସ୍ତାବ। ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ହାଇକୋର୍ଟ ସିଏମ୍ସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।