
କୋରାପୁଟରେ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ବଢ଼ିଲା ତାତି ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ଆଦି ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ, ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି । ତେବେ ଏହି ୧୨ ଘଣ୍ଟିଆ ବନ୍ଦକୁ କଂଗ୍ରେସ ଓ ବିଜେଡି ସମର୍ଥନ କରିଛି।