
ଧୀରେ ଧୀରେ ଭଦ୍ରକ ସ୍ଥିତିରେ ସୁଧାର ଆସିଛି ।୪ଦିନପରେ ଗତକାଲି ମଧ୍ୟ ରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି ।ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା ଦେଖା ଦେବା ପରେ ଇଣ୍ଟରନେଟ ସେବାକୁ ବାଣ୍ଡ କରିଦିଆଯାଇଥିଲା ।ବର୍ତମାନ ଇଣ୍ଟରନେଟ ସେବା ଚଳୁଥିଲେ ମଧ୍ୟ ଧାରା ୧୬୩ ବଳବତ୍ତର ରହିଛି ।ତକାଲି ପୁଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅବଗତ କରିଥିଲେ।