
ଭଦ୍ରକ ହିଂସା ଘଟଣାରେ ସ୍ଥିତି ଭୟଙ୍କର ହୋଇଥିଲା ।ଯାହା ଫଳରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଥିଲା ।ଭଦ୍ରକ ଓ ଧାମନଗରରେ ଉଭୟ ସ୍ଥିତି ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଡିଆଜି ଡ. ସତ୍ୟଜିତ ନାୟକ, ଏସ୍ପି ବରୁଣ ଗୁଣ୍ଠୁପାଲି ପ୍ରମୁଖ ବରିଷ୍ଠ ପ୍ରଶାସକ ଉପସ୍ଥିତ ଥିଲ।ଧାମନଗରରେ କିଛି ସ୍ଥାନରେ କଟକଣା ଆଂଶିକ କୋହଳ କରାଯାଇଛି।ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାଇବାକୁ ପୋଲିସ ନିର୍ଦେଶ ଦେଇଛି ।ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି ।ଅନ୍ୟପଟେ ଭଦ୍ରକ ହିଂସାକାଣ୍ଡ ଘଟଣାରେ ସୋମବାର ସୁଦ୍ଧା ୨୭ ଜଣ ଗିରଫ ହୋଇଛନ୍ତି । ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗିରଫ ସଂଖ୍ୟା ଆହୁରି ବଢ଼ିବ ।