
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ।ରାଜ୍ୟକୁ ନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ନିବେଶକଙ୍କ ସମ୍ମିଳନୀରେ ସାମିଲ ହେବେ ।୩ ତାରିଖରେ ନିବେଶକଙ୍କ ସହ ଆଲୋଚନା କରିବେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତି ମାନଙ୍କୁ ଭେଟି ଆମନ୍ତ୍ରଣ କରିବେ।
ନୂଆ ବର୍ଷରେ ଆୟୋଜନ ହେବ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫’। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ମୋହନ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’। ଦେଶ ଓ ବିଦେଶର ନିବେଶକ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହା ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ବିଜନେସ ଲିଡରଙ୍କ ସହ ମୋହନ ସରକାର ଆଲୋଚନା କରିବେ।