
ଆଜି ଜମ୍ମୁକାଶ୍ମୀର ବିଧାନସଭାରେ ଦ୍ୱିତୀୟ ପାର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି ।୬ଟି ଜିଲ୍ଲାର ୨୬ ଆସନରେ ମତଦାନ ଚାଲିଛି ।ଏଥିରେ ୨୫.୭୮ ଲକ୍ଷ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଦ୍ୱିତୀୟ ପର୍ଯ୍ୟାୟର ୨୬ ଆସନ ମଧ୍ୟରୁ ୧୫ଟି କେନ୍ଦ୍ରୀୟ କାଶ୍ମୀର ଏବଂ ୧୧ଟି ଜମ୍ମୁର ରହିଛି ।
୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ରାଜୌରୀ, ପୁଞ୍ଚ ଓ ରାଇସି ଭଳି ଅଂଚଳରେ ଭୋଟିଂ ଚାଲିଛି। ଏହି ତିନିଟି ଅଂଚଳରେ ଗତ କିଛି ମାସ ହେଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିଛି।ତେଣୁ ଏହି ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରାଜ୍ୟରେ ବିଜେପି, ପିଡିପି, କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ମଧ୍ୟରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। ମେଣ୍ଟ ବୁଝାମଣା ଅନୁଯାୟୀ ଏହି ୨୬ଟି ଆସନ ମଧ୍ୟରୁ ନ୍ୟାସନାଲ କନଫରେନ୍ସ ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୬ଟି ଆସନରେ ପ୍ରାର୍ଥୀ ଦେଇଛି।
ସେହିପରି ଏହି ପର୍ଯ୍ୟାୟରେ ବିଜେପି ୧୭ଟି ଆସନରେ ପ୍ରାର୍ଥୀ ଦେଇଛି। ସେପ୍ଟେମ୍ୱର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତାଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ ତାରିଖରେ ହେବ। ଅକ୍ଟୋବର ୮ରେ ଗଣତି ହେବ ବୋଲି ସୂଚନା ରହିଛି।