୪ଦିନ ତଳେ ୨ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ଆଜି ପୁଣି ଏକ ଘଟଣା ସାମ୍ନାକୁ ଆସିଛି ।ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ଗଣଦୁଷ୍କର୍ମ ହୋଇଛି। ୫ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଏତଲା କଲେ ପୀଡ଼ିତା ।ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଅଞ୍ଚଳରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।
କିଛି ଯୁବକ ୨ ନାବଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିବା ବେଳେ ପୁଣି ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।