ଓଡିଶାରୁ jsw ପ୍ରସ୍ତାବିତ ବୃହତ ଇଲେକ୍ଟ୍ରିଯାନ ଇଭି ଓ ବ୍ୟାଟେରୀ ପ୍ରକଳ୍ପକୁ ନେଇ ଚର୍ଚା ଜୋର ଧରିଛି। jsw ପ୍ରକଳ୍ପ ଆନ୍ଧ୍ରକୁ ଚାଲିଯିବ ଖବର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କୁ କଟାକ୍ଷ କରିଥିଲେ ବିରୋଧୀ ଦଳର ନେତା ।ପୂର୍ବରୁ ରାଜ୍ୟରୁ ଜେଏସଡବ୍ଲୁ ତାର ପ୍ଲାଣ୍ଟ ସ୍ଥାନାନ୍ତର କରିବା ନେଇ ଯେଉଁ ଖବର ଆସୁଥିଲା ଏନେଇ କମ୍ପାନୀ ତରଫରୁ ଏକ ସ୍ପଷ୍ଟି କରଣ ପ୍ରଦାନ କରାଯାଇଛି ।
ଏଥିସହିତ ଓଡିଶା ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ମଧ୍ୟ ଜେଏସଡବ୍ଲୁ ଓହରିବା ଖବରକୁ ଖଣ୍ଡନ କରିଛନ୍ତି ।jsw ଇଭି ପ୍ରକଳ୍ପ ଆରମ୍ଭ ହେଵା ବିଳମ୍ବ ହୋଇଛି କିନ୍ତୁ ଏହା ଓଡିଶାରୁ ଓହରିଯିବା ନେଇ କିଛି ନିଷ୍ପତି ନିଆ ଯାଇନାହିଁ ।ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ ।ବିଜୁ ଜନତା ଦଳର ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି ଯେ ବାରମ୍ବାର ଜାତୀୟ ଗଣମାଧ୍ୟମରେ ଓଡ଼ିଶାରୁ ଶିଳ୍ପ ଚାଲିଯାଉଥିବା ଖବର ପ୍ରକାଶ ପାଇଛି ।
ନବୀନଙ୍କ ଦୃଢ ନେତୃତ୍ୱରେ ଅନେକ ଶିଳ୍ପ ଓଡିଶାକୁ ଆସୁଥିଲା ।ଅନେକ କମ୍ପାନୀ ମଧ୍ୟ ଦଶରେ ନିଜର ପୁଞ୍ଜି ନିବେଶ କରୁଥିଲେ ।ଯଦି ଏହି ଶିଳ୍ପ ଅନ୍ୟ ରାଜ୍ୟକୁ ଚାଲିଯାଏ ତାହାଲେ ଓଡ଼ିଶାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ।jsw ଯଦି ଓଡିଶା ଛାଡିବ ତାହାଲେ ଏହା ରାଜ୍ୟ ଶିଳ୍ପାୟନକୁ ବଡ ଧକ୍କା ଦେବା ସହ ଏହା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ବିଜେଡି ବିରୋଧୀ ନେତା ।ଆମ ରାଜ୍ୟରୁ ଏକ ଆନ୍ତର୍ଜାତିକ ଶିଳ୍ପ ଅନ୍ୟ ରାଜ୍ୟକୁ ଚାଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ।ଏହି ଶିଳ୍ପ ଓଡିଶାରୁ ଚାଲିଗଲେ ଅନେକ କ୍ଷତି ହେବ ବୋଲି ସାଧାରଣ ସ୍ତରରେ ଚର୍ଚା ଜୋର ଧରିଛି ।