ତିରୁପତି ଲଡ଼ୁକୁ ନେଇ ବିବାଦ କମିବାର ନାଁ ଧରୁନି। ଗୋଟିଏ ପରେ ଗୋଟିଏ ନୂଆ ରୋଚକ ତଥ୍ୟ ଘଟଣାକୁ ଦେଉଛି ନୂଆ ମୋଡ ।ତିରୁପତି ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଘଟଣା ସାମ୍ନାକୁ ଆସିଥିଲା ଏବେ ତିରୁପତି ଲଡ଼ୁରେ ତମାଖୁ ମିଶୁଥିବା ଅଭିଯୋଗ ହୋଇଛି ।
ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ।ଘରେ ଆଣି ଦେଖିଥିଲେ ସେ ଲଡ଼ୁରୁ ଖଣ୍ଡ ଖଣ୍ଡ ହୋଇ ତମାଖୁ ବାହାରୁଥିଲା ।
ଯାହାର ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ।ପବିତ୍ର ଲଡ଼ୁ ପ୍ରସ୍ତିତିରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବିର ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘଟଣା ସାମ୍ନାକୁ ଅସିଛି।ନମୁନାକୁ ଫୁଡ଼୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ନିଧି ଖାଡେ କହିଛନ୍ତି।