ଆଜି କାଲିର ଯୁବପିଢ଼ିଙ୍କୁ ପାଗଳ କରିଛି ରିଲ୍ସ କରି ଭାଇରଲ ହେବାର ନିଶା ।ୱାରାଙ୍ଗଲ ଜିଲ୍ଲାର ଦେଶାଇପେଟ ଗାଁର ବାସିନ୍ଦା ମୋଚି ଶିବରାଜ ଜଣେ ସାପ ଧରାଳିଙ୍କ ପୁଅ ।ଶିବରାଜ ତାଙ୍କ ପିତା ଗଙ୍ଗା ରାମଙ୍କଠାରୁ ମୌଳିକ ସାପ ଧରିବା ପ୍ରଶିକ୍ଷଣ ନେଇଥିଲେ ଏବଂ ପୂର୍ବରୁ ସେ ଦୁଇ ମିଟର ଲମ୍ବା ନାଗ ଧରିଥିବାର ଫଟୋ ପୋଷ୍ଟ କରିଥିଲେ।ଭାଇରଲ ମଧ୍ୟ ହୋଇଥିଲେ ।
ତେଲେଙ୍ଗାନାରେ ଜଣେ ୨୦ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ଅହିରାଜ ଫଣାକୁ ପାଟିରେ କାମୁଡ଼ି ଧରିଥିଲେ ଏବଂ ଭିଡ଼ିଓ ମଧ୍ୟ ଦେଖାଇଥିଲେ ।ସାପଟି ବାହାରକୁ ଆସିବା ପାଇଁ ବହୁତ ଚେଷ୍ଟା କରିଥିଲା ।ବାହାରକୁ ଆସିପାରିନଥିଲା ସାପଟି ଯୁବକର ପାଟିରେ ବିଷ ଛାଡି ଦେଇଥିଲା ।ଫଳରେ ଯୁବକଟିର ମୃତ୍ୟୁ ହୋଇଛି ।