
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭିତରକନିକାରେ ଦେଶୀୟ ପକ୍ଷୀ ମାନେ ଭିଡ଼ ଜମାଇଥାନ୍ତି ।ଆଜି ଠାରୁ ଭିତରକନିକା ଜାତୀୟ ଗଣନା ଆରମ୍ଭ ହୋଇଛି । ୪ଟି ଟିମ୍ ପକ୍ଷୀ ଗଣନା ପାଇଁ ଗଠନ କରାଯାଇଛି।ସକାଳ ୬ଟାରୁ ୯ଟା ଯାଏ ଗଣନା କରିବେ ୪ଟି ଟିମ୍।ପ୍ରତି ଟିମରେ ୫ଜଣ ଲେଖାଏଁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭିତରକନିକାରେ ଗେଣ୍ଡାଳିଆ, ପାଣିକୁଆ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ଖଇରା, ଅନ୍ଧାରିଆ ବଗ, କାପରଖାଇ, ସାନ ବଗ, ଦାବେଣ୍ଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ଼ ଜମା ହୋଇଥିବା ଜଣାପଡ଼ିଛି।