ଆଜି ପବିତ୍ର ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି ।ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ଆଗାମୀ ୩ ସପ୍ତାହ ମଧ୍ୟରେ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ ହେବ। ଏହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ।ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ପ୍ରାଇଭେଟ ସ୍କୁଲକୁ ନଯାଇ ସମସ୍ତେ ଆସିବାକୁ ଇଚ୍ଛା ପ୍ରକାଶ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।