ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ‘ଶ୍ରୀଜଗନ୍ନାଥ’ ନାମକ ଘରୋଇ ଚଳନ୍ତା ବସ୍ରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା। ଛଟପଟ ହେଲେ ମହିଳା। ଦୁଇ ଡାକ୍ତର ଏପରି ସମୟରେ ସାଜିଥିଲେ ଦେବଦୁତ। ଏପରି ଏକ ଘଟଣା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ।ଫଳରେ ମହିଳାଙ୍କ ସୁରକ୍ଷିତ ପ୍ରସବ ହେଲା। ଏବେ ମା’ ଓ ଛୁଆ ସୁସ୍ଥ ଥିବା ଜଣାଯାଇଛି। ପ୍ରସୂତୀଙ୍କ ନିକଟରେ ତାଙ୍କର କୌଣସି ପରିଚିତ ଲୋକ ନଥିବା ବେଳେ ପ୍ରସୂତି ଜଣକ କିଏ ସେନେଇ କିଛି ସୂଚନା ମିଳିପାରି ନାହିଁ । ସୁରକ୍ଷିତ ଭାବେ ମହିଳାଙ୍କ ପ୍ରସବ ହୋଇଥିଲା। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।