ଚଳିତବର୍ଷ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ।କଟକ ଜିଲ୍ଲା ପ୍ରଶାସନର ପ୍ରଥମ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।ଚଳିତ ବର୍ଷ ପରିଚାଳନାରେ ଟ୍ରାଫିକ ବ୍ୟବସ୍ଥା ପର୍ଯ୍ୟଟକଙ୍କ ସୁବିଧା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।କଟକରେ ପ୍ରତିବର୍ଷ କାର୍ତିକ ପୁର୍ଣିମା ଠାରୁ ୮ଦିନ ଧରି ଐତିହାସିକ ବାଲିଯାତ୍ରା ବେଶ ଧୁମଧାମରେ ପାଳନ ହୋଇଥାଏ ।
ଦେଶର କୋଣ ଅନୁକୋଣରୁ ବିଭିନ୍ନ ବ୍ୟବାଵସାୟୀମାନେ ଆସିଥାନ୍ତି ।ବାଲିଯାତ୍ରାରେ ବିବିନା ଜିଲ୍ଲାର ସ୍ୱତନ୍ତ୍ର କାରିଗରୀ ହାତ ତିଆରି ନିଖୁଣ ଜିନିଷ ଦେଖିବା ସହ ବିଭିନ୍ନ ହସ୍ତଶିଳ୍ପ ମଧ୍ୟ ଦେଖିବାକୁ ମିଳିଥାଏ ।ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ ବାଲିଯାତ୍ରା କରାଯାଇଥିବା ଅନୁମାନ କରାଯାଏ ।