
ଡବଲ ଇଞ୍ଜିନ ସରକାରକୁ ବଡ ଧକ୍କା ।ଓଡିଶାରୁ ମୁହଁ ଫେରାଉଛନ୍ତି ନାମିଦାମୀ ଶିଳ୍ପ କମ୍ପାନୀ । ତନ୍ମଧ୍ୟରୁ ଓଡିଶା ଛାଡି ଆନ୍ଧ୍ର ମୁହାଁ ହେଉଛି ଜେଏସଡବ୍ଲୁ କମ୍ପାନୀ ।ପୂର୍ବତନ ମୁଖମନ୍ତ୍ରୀ ନବୀନ ପଟନାୟକଙ୍କ ସମୟରେ କଟକ ନରାଜ ଠାରେ ୪୦ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣା ସାକ୍ଷର ହୋଇଥିଲା ।ପ୍ରକଳ୍ପ ପାଇଁ କମ୍ପାନୀକୁ ନବୀନ ୯୦୦ଏକର ଜମି ମଧ୍ୟ ଦେଇଥିଲେ ।
ଓଡ଼ିଶାରେ କାରଖାନା ସୃଷ୍ଟି ହୋଇଥିଲେ ୧୧ହଜାର ପ୍ରତ୍ୟକ୍ଷ ନିଯୁକ୍ତି ମିଳିଥାନ୍ତା ।ରାଜ୍ୟରେ ସରକାର ବଦଳିବାର ୯୦ଦିନ ନପୂରୁଣୁ ରାଜ୍ୟବାସୀଙ୍କୁ ମିଳିଲା ବଡ ଝଟକା ।ଡବଲ ଇଞ୍ଜିନ ସରକାର ଓଡିଶାକୁ ପ୍ରଗତି ପଥରେ ଆଗେଇବା ବଦଳରେ ଓଡ଼ିଶାରେ ଦୁର୍ଦ୍ଦିନ ଆଣିଦେଇଛି ।ନବୀନ ସରକାର ସମୟରେ ଓଡିଶାକୁ ଆସୁଥିବା ପୁଞ୍ଜି ନିବେଶ ଉପରେ କାହିଁକି ଶକ୍ତ ପ୍ରହାର ଲାଗୁଚି ତାକୁ ନେଇ ବଢୁଛି ସନ୍ଦେହ ।ଇଭି ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲେ ରାଜ୍ୟରେ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥାନ୍ତା ।ଓଡ଼ିଶାର ଆର୍ଥିକ ପ୍ରଗତିରେ ସହାୟକ ହେବ ସହ ଲୋକଙ୍କ ପାଇଁ ରୋଜଗାରରର ବାଟ ଫିଟିଥାନ୍ତା
କିନ୍ତୁ ମୋହନ ସରକାର ଶାସନ ଗାଦିକୁ ଆସୁ ଆସୁ ସବୁ କିଛି ଓଲଟ ପଲଟ ହୋଇଗଲା ।ଓଡ଼ିଶାରେ ହେବାକୁ ଥିବା ଜେଏସଡବ୍ଲୁ ଶିଳ୍ପ କାରଖାନା ଓଡିଶାରୁ ଓହରି ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତରିତ ହେବ ପରେ ରାଜ୍ୟବାସୀ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।ରାଜ୍ୟସରକାରଙ୍କ ଶିଳ୍ପ ନୀତି ଓ ଶିଳ୍ପ ପ୍ରତି ଥିବା ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଡବଲ ଇଞ୍ଜିନ ସରକାରର ଏହା ଓଡିଶାକୁ ଉପହାର ନ ଉପହାସ ବଳି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।