
ବାର୍ଡ଼ ଫ୍ଲୁ ଯୋଗୁଁ ଖାଉଟି ମାନେ ଚକେନରୁ ମୁହଁ ଫେରାଉଥିବା ବେଳେ ଶସ୍ତା ହୋଇଛି ମାଛ ଦର ।ବନ୍ୟା ପାଣି ଯୋଗୁ ଜାଲରେ ଧରା ପଡ଼ିଲେ ପ୍ରବଳ ମାଛ।ଫଳରେ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଲା ମାଛ ।ଆଜି କଟକ ଜିଲ୍ଲା ବାଙ୍କୀ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାଙ୍କୀ ତାରିଣୀ ଛକଠାରେ ମାଛବିକାଳିମାନେ ଛୋଟ ମାଛ ଗଦା କରିଥିବା ବେଳେ କିଲୋ ପିଛା ତାହାକୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଏତେ ଶସ୍ତାରେ ମାଛ ମିଳୁଥିବା ଦେଖି ବାଟ ଦେଇ ଯାଉଥିବା ଲୋକେ ବି କିଛି ସମୟ ଅଟକି ଯାଉଛନ୍ତି। ଆଉ କିଣିବାକୁ ଗହଳି ଜମାଉଛନ୍ତି ।ଛୋଟ ମାଛର ଚାହିଦା ପ୍ରବଳ ଥିବାରୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।