
Draupadi Murmu.
ସାରା ଦେଶରେ କୋଲକାତା ଘଟଣାକୁ ନେଇ ପରିସ୍ଥିତି ଅସମ୍ଭାଳ ହୋଇଛି । ସବୁଆଡେ ଏହାକୁ ନିନ୍ଦା କରାଯିବ ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି । ଏତେ ବଡ ଘଟଣାକୁ ନେଇ ଆଜି ମୁହଁ ଖୋଲିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜେ ପିଟିଆଇ କୁ ସାକ୍ଷାତ କରି ଘଟଣାକୁ ଦୃଢ ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଗତ ଅଗଷ୍ଟ ୯ ତାରିଖରେ କୋଲକାତା ରେ ଘଟିଥିବା ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ରାଷ୍ଟ୍ରପତି ଏହି ଭୁଲା ପଣ ମହିଳା ବିରୋଧୀ ହିଂସା, ନିର୍ଯାତନା ଓ ହତ୍ୟା ଭଳି ଘଟଣାକୁ ଅନୁମତି ଦେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ଦେଶରେ ମହିଳା ବିରୋଧୀ ହିଂସା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି ବୋଲି କହିଛନ୍ତି । ନିର୍ଭୟା ଘଟଣାକୁ ୧୨ ବର୍ଷ ପୁରିଥିବା ବେଳେ ଅନେକ ଦୁଷ୍କର୍ମ କୁ ଭୁଲିଯାଇଛି ଏ ସମାଜ । ସେହିଭଳି କୋଲକାତା ଘଟଣା କୁ ନେଇ କହିଛନ୍ତି ବାସ ବହୁତ ହେଇଗଲା ଏବେ ଏସବୁରେ ବିରାମ ଲାଗିବ ଦରକାର । କୋଲକାତା ରେ ଡାକ୍ତରୀ ଶିକ୍ଷାର୍ଥୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ ସମସ୍ତେ ବିକ୍ଷୋଭ କରୁଥିବା ବେଳେ ଅପରାଧୀମାନେ ଅଲଗା ସ୍ଥାନରେ ନିଜର ବର୍ବରତା ଜାରି ରଖିଛନ୍ତି ।
ଲୋକମାନଙ୍କ ଭୂଲାପଣକୁ ନେଇ ସମାଲୋଚନା କରିଛନ୍ତି ରାଷ୍ଟ୍ରପତି । ଏକ ବ୍ୟାପକ ଢଙ୍ଗରେ ଏସବୁକୁ ମିଳିତ ଭାବରେ ଶେଷ କରିବାକୁ ପଡିବ ବୋଲି ଆହ୍ୱାନ କରିଛନ୍ତି ରାଷ୍ଟ୍ରପତି । କାରଣ ସବୁ କ୍ଷତ୍ରରେ ନାରୀ ମାନଙ୍କୁ ନୀଚ କାମ ବୁଦ୍ଧିମତା,କାମ ଶକ୍ତିଶାଳୀ ଭାବେ ସମାଜ ବିବେଚନା କରିଆସିଛି । ଏବେ ଏହାକୁ ପ୍ରତିରୋଧ କରିବାକୁ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ଏହି ପ୍ରତିକ୍ରିୟା ସମାଜ ଉପରେ କେତେ ପ୍ରଭାବ ପକାଉଛି ତାହାକୁ ଦେଖିବାକୁ ବାକି ରହିଲା ।