
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର କୁମାର ସେଠିଙ୍କ ଘରେ ଭଜିଲାନ୍ସ ଟିମ ଚଢ଼ାଉ କରିଛି ।ଭୁବନେଶ୍ୱରରେ୨ଟି ଘର ସମେତ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ।ଚନ୍ଦ୍ରଶେଖରପୁର କାନନବିହାର ଫେଜ୍ ୨ରେ ଥିବା ୪ ମହଲା ଘର, ଜଗତସିଂହପୁର ସମେତ ଏକକାଳୀନ ଚଢ଼ାଉ ଜାରିରହିଛି ।ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ଏହି ରେଡରେ ୩ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଟାଣ୍ଡ, ୫ ଜଣ ଏଏସଆଇ ସାମିଲ ଅଛନ୍ତି।