ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ଗୃହରେ ହୋହାଲ୍ଲା ହୋଇଥିଲା । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ।ବିଧାନସଭାରେ ମହିଳା ବାଚସ୍ପତିଙ୍କ ଉପରକୁ ଦୁର୍ବ୍ୟବହାର କରିଥିଲେ ବିରୋଧୀ ।ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ଓ ମାଧବ ଧଡାଙ୍କ ପୋଡିଅମ ଚଢ଼ିବା ଘଟଣାକୁ ତୀବ୍ର ବିରୋଧ କରିବା ସହ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହି ବିଷୟରେ ନିନ୍ଦା ପ୍ରସ୍ତାବ ଆଣିଥିଲେ।
ଆଜି ବିଧାନସଭାରେ ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଶୂନ୍ୟକାଳରେ ସଂରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସର ହୋହଲ୍ଲା କରିଥିବାବେଳେ ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ବିରୋଧୀ ପ୍ରତିବାଦ କରିଛନ୍ତି। OBC, SC/ST ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡି ସଦସ୍ୟ ନାରାବାଜି କରିଛନ୍ତି ।ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଗୃହ ମୁଲତବୀ ରଖାଯାଇଛି ।