
ଗଜପତି: ଗଜପତି ଅଡବା ଥାନା ଅନ୍ତର୍ଗତ ଗଣ୍ଡାଗୁଡ଼ା ଗାଁ ରେ ଦେଖିବାକୁ ମିଳିଛି ଏପରି ଏକ ଦୁଃଖଦ ଘଟଣା। ଅସାବଧାନତା ହେତୁ ଏକ ପାରିବ ବୋଝେଇ ଭ୍ୟାନ୍ ଏକ ୪ ବର୍ଷର ଶିଶୁକନ୍ୟା ଉପରେ ଚଢ଼ିଯାଇଥିଲ। ଲୋକମାନେ ଭ୍ୟାନରୁ ପରିବା କିଣୁଥିବା ସମୟରେ ଭ୍ୟାନ୍ ଟିର ପଛ ଚକ ତଳେ ଚାପି ହୋଇଯାଇଥିଲା ଶିଶୁଟି । ଗୁରୁତର ଅବସ୍ଥାରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ୪ ବର୍ଷର ସେ କୋମଳମତି ଶିଶୁଟିର ଏବେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।
ଶିଶୁଟିର ମୃତ୍ୟୁ ପରେ ଗ୍ରାମବାସୀ ଉତ୍ତେଜିତ ହୋଇ ଭ୍ୟାନ୍ ଡ୍ରାଇଭରକୁ ଭୟଙ୍କର ମାଡ ମାରିଥିବା ସୂଚନା ମିଳିଛି। ଶିଶୁକନ୍ୟାଟିର ପରିବାରକୁ କ୍ଷତପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ଅଡବା ଥାନାର ପୋଲିସ ସବ୍-ନିସ୍ପେକ୍ଟର ଲକ୍ଷ୍ମଣ ବେହେରାଙ୍କ ସହ ଅନ୍ୟ ପୋଲିସ୍ କର୍ମଚାରୀମାନେ ଘଟଣସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିଛନ୍ତି। ଏହା ସହିତ ଗ୍ରାମବାସୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ସ୍ଵାଭାବିକ କରିବାକୁ ଚେଷ୍ଟା କରାଯାଉଛି।