
ନେପାଳରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି ।ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଅଭିମୁଖେ ଯାଉଥିବା ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡିଛି ।ଏହି ବସ୍ରେ ୪୦ଜଣ ଯାତ୍ରୀ ଥିଲେ,୧୪ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।ଘଟଣା ସ୍ଥଳରୁ ୧୬ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକରି ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।