ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ଚାଲିପାରିଲାନି ଗୃହ ।ଅଧିବେଶନ ଆରମ୍ଭରୁ ବିରୋଧୀ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ ।ଗୃହ କାର୍ଯ୍ୟ ଚାଳିନପାରିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ।ଚିକିଟି ମଦମୃତ୍ୟୁ ମାମଲାରେ ଆରଡିସି ତଦନ୍ତ ଦାବି କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରି ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ।ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ବିଜେଡି ସଦସ୍ୟ । ପ୍ରଶ୍ନକାଳ ଅଚଳ ହେବାରୁ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।