ବଜେଟ ଅଧିବେଶନର ତୃତୀୟ ଦିନରେ ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ।ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା କରିଥିଲେ ଉଭୟ ବିରୋଧୀ ବିଧାୟକ ।ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ସକାଳ ସାଢେ ୧୧ଟା ଯାଏଁ ଗୃହ ମୂଲତବୀ କରାଯାଇଥିବାବେଳେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ।ପରିସ୍ଥିତିରେ ସୁଧାର ଆସିନଥିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।ମଦମୃତ୍ୟୁ ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଇନାହାନ୍ତି ଅବକାରୀ ମନ୍ତ୍ରୀ ।ଏହାକୁ ଦୃଢ ବିରୋଧ କରୁଛନ୍ତି ବିରୋଧୀ ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚା ଜୋର ଧରିଛି ।