
ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ସରକାରୀ ବାବୁ।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜରିରଖିଚି ଭିଜିଲାନ୍ସ ଟିମ୍।
ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ,କଟକ ଓ ଭୁବନେଶ୍ୱରରେ ଥିବା ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ ଚାଲିଛି
ଭିଜିଲାନ୍ସ ଟିମରେ ଜଣେ ଡିଏସ୍ପି, ଜଣେ ଆସିଷାଣ୍ଟ କମାଣ୍ଡର, ୬ ଜଣ ଇନ୍ସପେକ୍ଟର, ୬ ଜଣେ ଏଏସ୍ଆଇ ସହ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି।ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇ ସ୍ପଷ୍ଟ ସୂଚନା ମିଳିନାହିଁ।ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍।