
ପଶ୍ଚିମବଙ୍ଗ ଟ୍ରେନି ଡାକ୍ତରଙ୍କ ଘଟଣା କୁ ନେଇ ତେଜିଲା ରାଜନୀତି। ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହେଉଥିବା ବିକ୍ଷୋଭକୁ ନେଇ ପଶ୍ଚିମବଙ୍ଗ ସରକାର କୁ ଭାଙ୍ଗିବାକୁ ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ।
‘ଏକ୍ସ’ରେଦଳର ସାଂସଦ ସାକେତ ଗୋଖଲେ ଏକ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ବିଜେପିର ଆଇଟି ସେଲ ଏକ ସଂଗଠିତ ଅଭିଯାନ ଚଲାଇଛି।
ଏହି ଘଟଣାର ତଦନ୍ତ ଅଗଷ୍ଟ ୧୫ ତାରିଖରେ ସିବିଆଇ ଗ୍ରହଣ କରିବା ପରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ଏହି ଘଟଣା ସମର୍କ ରେ ସିବିଆଇ କୌଣସି ପ୍ରକାର ର ସ୍ପଷ୍ଟ ସୂଚନା ଦେଇପାରିନାହିଁ।
ଏହି ଘଟଣାରେ ବିଜେପି ତୃଣମୂଳ କଂଗ୍ରେସକୁ କଢ଼ା ଟାର୍ଗେଟ କରିବା ସହ ତୃଣମୂଳ କଂଗ୍ରେସ କୁ ଭାଙ୍ଗିବାକୁ ଉଦ୍ୟମ କରିଛି।
ସୂଚନା ଅନୁସାରେ ଟ୍ରେନି ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ତାଙ୍କ ଦେହରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଥିଲା। ତେବେ କୌଣସି ସ୍ଥାନରେ ଫ୍ୟାକ୍ଚର ନଥିଲା। ମୁଣ୍ଡ, ଦୁଇ ଗାଲ, ଓଠ, ନାକ, ଡାହାଣ ହନୁ ହାଡ, ଥୋଡି, ବେକ, ବାମ ହାତ, କାନ୍ଧ, ଆଣ୍ଠୁ, ଗୋଡ ଏବଂ ପ୍ରାଇଭେଟ୍ ପାର୍ଟରେ ଆଘାତ ଲାଗିଥିଲା। ହତ୍ୟା ପୂର୍ବରୁ ସେ ଯୌନ ଉତ୍ପୀଡନର ଶିକାର ମଧ୍ୟ ହୋଇଥିଲେ।