
ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଫାସଡ଼ ଛକରେ ଘଟିଛି ଏପରି ମର୍ମତୁନ୍ତ ସଡକ ଦୁର୍ଘଟଣା ।ଆଜି ସକାଳେ ସୁମନ୍ତ ବାଇକରେ ବଲାଙ୍ଗିରରୁ ଲୋଇସିଂହା ଅଭିମୁଖେ ଯାଉଥିଲେ।ଏହିସମୟରେ ଫାସଡ଼ ନିକଟରେ ବୀପରିତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା ।
ମୃତ ଯୁବକ ଜଣଙ୍କ ହେଲେ ଲୋଇସିଂହା ନିକଟସ୍ଥ ଜଡ଼ାମୁଡା ଗାଁର ସୁମନ୍ତ ପ୍ରଧାନ।ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହିତ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ ଦାବି କରିଛନ୍ତି ସ୍ଥାନୀୟ ଲୋକ।