
ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ ।କେବଳ ଜମ୍ମୁ କଶ୍ମୀର ନୁହେଁ ଜମ୍ମୁ କାଶ୍ମୀର ସହ ୪ଟି ରାଜ୍ୟରେ ହେବାକୁ ଯାଉଛି ନିର୍ବାଚନ । ଏନେଇ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର।
ତିନୋଟି ପର୍ଯାୟରେ ନିର୍ବାଚନ ହେଵ ।ସେପ୍ଟେମ୍ବର ୧୮ ତାରିଖରେ ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ହେବ ।ନିର୍ବାଚନ କମିଶନ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ କରାଇବାକୁ ଯୋଜନା କରିଛନ୍ତି।ସୁପ୍ରିମକୋର୍ଟ ମଧ୍ୟ ଏହି ସମୟସୀମା ଧାର୍ଯ୍ୟ କରିଛନ୍ତି ।