
୭୮ତମ ସ୍ୱାଧୀନତା ଦିବସରେ ଚଳଚଞ୍ଚଳ ହୋଇଉଠିଛି ଦେଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି।ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ତାଙ୍କ ପାଇଁ ଦିନଟିକୁ ଉତ୍ସର୍ଗୀକୃତ କରିଛନ୍ତି ।
୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ମଧ୍ୟ ଦେଶବାସୀଙ୍କ ପ୍ରତିଶ୍ରୁତି ଦେଇଛନ୍ତି ।୪ ଦ୍ଵାର ଖୋଲିଛୁ, ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ। ଧାନ କ୍ଵିଣ୍ଟାଲ ୩୧ଶହ ଟଙ୍କା ହୋଇଛି। ସେପ୍ଟେମ୍ଵର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଏହି ଦୁଇଟି ପଦକ୍ଷେପ ଗ୍ରାମାଞ୍ଚଳ ଅର୍ଥନୀତିକୁ ସୁଦୃଢ କରିବ। ଖାଲି ପଡ଼ିଥିବା ଦେଢ ଲକ୍ଷ ପଦବୀ ପୂରଣ
ହେବ ସହିତ ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।