
ଆଜି ପ୍ରକାଶ ପାଇଛି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ଓଡ଼ିଶା ସମେତ ୯ଟି ରାଜ୍ୟରେ ହେବ ରାଜ୍ୟସଭା ଉପନିର୍ବାଚନ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ଆସନ୍ତା ୨୧ ତାରିଖ ।୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।ସେହିପରି ପ୍ରାର୍ଥୀମାନେ୨୭ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ।
ରାଜ୍ୟସଭା ପାଇଁ ନିର୍ବାଚନ ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ।ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।ମମତା ମହାନ୍ତ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।ରାଜ୍ୟସଭାରେ ତାଙ୍କ ଆସନ ଖାଲି ରହିଥିବାରୁ ଓଡ଼ିଶାରେ ମଧ୍ୟ ଉପନିର୍ବାଚନ ହେବାକୁ ଯାଉଛି।