
କଟକ:ପଶ୍ଚିମବଙ୍ଗରେ ଡ଼ିଉଟିରେ ଥିବା ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି | ଡାକ୍ତରଙ୍କ ସୁରକ୍ଷା ନେଇ ସାରା ଦେଶର ଡାକ୍ତର ରାସ୍ତାକୁ ଓଲ୍ହାଇଛନ୍ତି | ଏମିତି ସମୟରେ ସାମ୍ନାକୁ ଆସିଛି କଟକ ଏସସିବି ଡାକ୍ତରଙ୍କ ନାରକୀୟ କାଣ୍ଡ | ଦୁଇ ଜଣ ରୋଗୀଙ୍କୁ ଡାକ୍ତରଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଖବର ଜଣା ପଡିବା ପରେ ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ନିସ୍ତୁକ ପିଟିଛନ୍ତି | ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି | ଏ ନେଇ କଟକ ମଙ୍ଗଳାବାଗ ଥାନାରେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ହୋଇଛି |
ମିଳିଥିବା ଅଭିଯୋଗ ଅନୁସାରେ, ରବିବାର କଟକ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଇସିଜି କରିବା ବାହାନାରେ ୨ ଜଣ ରୋଗୀଙ୍କୁ ଦୁଷ୍କର୍ମ କରିଥିଲେ | ଏହି ଖବର ଜଣାପଡିବା ପରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ନିସ୍ତୁକ ପିଟିଛନ୍ତି | ପିଲିସ ଘଟଣାର ତଦନ୍ତ କରିଛି | କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇ କହିଛନ୍ତି, ଏ ଘଟଣା ଏସସିବିରେ ଘଟିଛି | ତଦନ୍ତ ଚାଲିଥିବାରୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ହେବନି | ତେବେ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି |