
ଯାଜପୁରର ରସିକିଆ ସତ୍ୟଜିତ ବିବାହର ପ୍ରତିଶୃତି ଦେଇ ସାରା ଦେଶର ମହିଳାଙ୍କୁ ଧୋକା ଦେଇଥିବାର ଅନେକ ତଥ୍ୟ ପୋଲିସ ହାତରେ ଲାଗିଛି ।ଏହି ମାମଲାରେ କେବଳ ସତ୍ୟଜିତ ନୁହେଁ ତାଙ୍କ ମହିଳା ସହଯୋଗୀଙ୍କୁ ମଧ୍ୟ ଠାବ କରିଛି କ୍ୟାପିଟାଲ ଥାନା ପୋଲିସ ।ଯିଏକି ସତ୍ୟଜିତ କଳା କାରନାମା ବିଷୟରେ ସବୁ କଥା ଜାଣି ମଧ୍ୟ ତାକୁ ସହଯୋଗ କରୁଥିଲା ।ତା ପତ୍ନୀ ଓ ପ୍ରେମିକାଙ୍କ ବିଷୟରେ ମଧ୍ୟ ସେ ସବୁ କିଛି ଜାଣିଥିଲା ।
ବିବାହର ପ୍ରତିଶ୍ରୁତି ଦେଇ ଯେଉଁ ସବୁ ଝିଅ ମାନଙ୍କ ଠାରୁ ଟଙ୍କା ଲୁଟ କରୁଥିଲା ସେହି ଟଙ୍କାରେ ବିଦେଶ ବୁଲୁଥିଲେ।ସତ୍ୟଜିତ ଏକ ନୁହେଁ ଏଥିରେ ତାଙ୍କୁ ସାଥ ଦେଉଥିଲେ ପଟିଆରେ ରହୁଥିବା ସ୍ଵାତି ନାମକ ମହିଳା ।ସେ ମଧ୍ୟ ତାଙ୍କୁ କୋର୍ଟ ରେ ବିବାହ କରିଥିଲେ ।ସତ୍ୟଜିତ ଗିରଫ ହେବ ପରେ ଟଙ୍କା ଆକାଉଣ୍ଟରୁ ୫୦ ହଜାର ଟଙ୍କା ଟ୍ରାନଫର ହୋଇଥିଲା ।ପୋଲିସ ଏସବୁ ଘଟଣା ଜାଣିବା ପରେ ଘଟଣାର ତଦନ୍ତ କରି ମୂଳ ପର୍ଯ୍ୟନ୍ତ ପହଞ୍ଚିଥିଲା ।ସତ୍ୟଜିତଙ୍କ ମୋବାଇଲରେ ସ୍ଵାତି ପାଟିରେ ୱାଇଫ ବୋଲି ସେଭ ଥିଲା । ଏହି ସବୁ ବିଷୟରେ ଅଧିକ ତଥ୍ୟ ପାଇଁ ପୁଲିସ ସତ୍ୟଜିତ ଓ ସ୍ଵାତିଙ୍କୁ ମୁହାଁ ମୁହିଁ ଜେରା କରିବ ।କୋର୍ଟ ୫ଦିନିଆ ରିମାଇଣ୍ଡ ମଞ୍ଜୁର କରିଛି ।