
ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ଟି ଗୁରୁତ୍ୱପୂର୍ଣ ନୂତନ ରେଳପଥ ନିର୍ମାଣ ହେବାକୁ ଯାଉଛି ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ପ୍ରସ୍ତାବ ଆଗତ ହୋଇଛି ।ସମୁଦାୟ ୮ଟି ରେଳ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।ସେଥିମଧ୍ୟରୁ ଓଡ଼ିଶାର ୬ଟି ରେଳ ପ୍ରକଳ୍ପ ରହିଛି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁଯାୟୀ ସମୁଦାୟ ୨୪,୬୫୭ କୋଟି ଖର୍ଚ ହେବ ।କେନ୍ଦ୍ରମନ୍ତ୍ରୀଙ୍କ କହିବା ମୁତାବକ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ଭିତ୍ତିଭୂମିକୁ ଏହା ସୁଦୃଢ କରିବ।ଯେଉଁଥିରେ ଓଡିଶାର ଗୁଣୁପୁର-ଥିରୁବାଲି ୭୩ କିଲୋମିଟର, ଜୁନାଗଡ-ନବରଙ୍ଗପୁର ୧୧୬ କି.ମି,ବାଦାମପାହାଡ,କେନ୍ଦୁଝରଗଡ ୮୨.୬ କିଲୋମିଟର, ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି, ମାଲକାନଗିରି-ଭଦ୍ରାଚଲମ ୧୭୩.୬୧ କି.ମି ଆଦି ନୂଆ ରେଳ ଲାଇନ୍ ହେବ ବୋଲି ଜଣାପଡ଼ିଛି। ଏହି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।