
ରାଜ୍ୟବାସୀଙ୍କ ପାଇଁ ମୋହନ ସରକାର ଆଣିଲେ ଖୁସି ଖବର ।ପ୍ରଥମ ଥର ପାଇଁ ରାଜ୍ୟରେ ଶସ୍ୟ ଏଟିଏମ୍ ଲୋକାର୍ପଣ କରାଯାଇଛି।ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି।
ସାଧାରଣତଃ ଏଟିଏମରୁ ତାଙ୍କ ବାହାରିବା ସମସ୍ତେ ଶୁଣିଥିବେ,ମାତ୍ର ଏଟିଏମରୁ ଶସ୍ୟ ବାହାରିବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।ଏହି ଏଟିଏମ୍ କାର୍ଡ ମାଧ୍ୟମରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଯୋଗାଇଦିଆଯିବ ।ଯାହାଦ୍ୱାରା ହିତାଧିକାରୀ ଆଉ ଡିଲରଂକ ପାଖକୁ ଯିବାକୁ ପଡିବ ନାହିଁ ।ଯାହା ଦ୍ୱାରା ଚୋରି ବେଆଇନ କାର୍ଯ୍ୟ ରୋକା ଯାଇପାରିବ ।ଭୁବନେଶ୍ୱର ପରେ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ ଓ ଗହମ ଉପଲବ୍ଧ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।