
ପ୍ୟାରିସ:ପ୍ୟାରିସ ଅଲମ୍ପିକ ୨୦୨୪ ର କୁସ୍ତି ପ୍ରତିଯୋଗିତା ଫାଇନାଲ ମ୍ୟାଚ ପାଇଁ ଅଯୋଗ୍ୟ ଘୋଷିତ ହେବା ପରେ ଭାଙ୍ଗି ପଡିଛନ୍ତି ଆଥଲେଟ ଭିନେଶ ଫୋଗାଟ୍ | ସେ ଅସୁସ୍ଥ ହୋଇ ପଡ଼ି଼ଚ୍ଛନ୍ତି | ତାଙ୍କୁ ପ୍ୟାରିସର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ଖବର ଶୁଣିବା ପରେ ପରିବାର ଲୋକେ ଆଣିଛନ୍ତି ସଂଗୀନ ଅଭିଯୋଗ | ସେମାନେ କହିଛନ୍ତି, ପ୍ୟାରିସ ଅଲମ୍ପିକ ୨୦୧୪ରେ କୁସ୍ତି ପ୍ରତିଯୋଗିତା (୫୦ କେଜି)ର ଫାଇନାଲରେ ଭିଣେଶ କାଟିବା ପଛରେ ଫେଡେରେସନ ଷଡଯନ୍ତ୍ର କରିଛି | ଭିଣେଶଙ୍କ ଶ୍ବଶୁର ରଜପାଳ ରାଠି କହିଛନ୍ତି, ୧୦୦ ଗ୍ରାମ ଓଜନ କେତେ ଅଧିକ ? ମୁଣ୍ଡର ଚୁଟି ଯୋଗୁ ୧୦୦ ଗ୍ରାମ ଓଜନ ଅଧିକ ହୋଇଯିବ | ଏହା ବ୍ୟତୀତ ସେ ସରକାର ଏବଂ ବ୍ରିଜଭୁଷଣଙ୍କ ବିରୋଧରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି | ଏହି ଘଟଣା ପଛରେ ସରକାର ଏବଂ ବ୍ରିଜଭୂଷଣଙ୍କ ହାତ ରହିଛି |
ହୃଦୟ ଭାଙ୍ଗି ଦେବା ପରି ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି | ଏହା ପଛରେ ସରକାରଙ୍କ ହାତ ରହିଛି | ୧୦୦ ଗ୍ରାମ ଓଜନ ପାଇଁ କାହାକୁ ଏମିତି ବାହାର କରାଯାଏ କି ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ | ଏମିତି ସମୟରେ ସପୋର୍ଟ ଷ୍ଟାଫ ବି କୌଣସି ପ୍ରକାର ସାହାଯ୍ୟ କଲେ ନାହିଁ |
ଭିନେଶ ମଧ୍ୟ ବାରମ୍ବାର ମୋ ସହ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି | ଏପଟେ ଭିନେଶ ଫାଇନାଲରୁ ବାହାରିବା ପରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଛି | ଗତ କଲି କାହିଁକି ଓଜନ ନିଆଗଲାନି ବୋଲି ଲୋକେ ପ୍ରଶ୍ନ କରିଛନ୍ତି |
କହିରଖିବୁ, ତିନି ରାଉଣ୍ଡ ପାରକରିବା ପରେ ଭିନେଶ ଫାଇନାଲରେ ପହଂଚିଛନ୍ତି |