
ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ବାବୁ । ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି ।ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, ଆଠଗଡ ସମେତ ଏକକାଳୀନ ୮ଟି ଜାଗାରେ ଭିଂଜିଳାନ୍ସ ଟିମ ରେଡ କରିଛି ।ପ୍ରଦୀପଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଏହି ଘଟଣାର ତଦନ୍ତ କରି ଚଢ଼ାଉ କରିଛି ।ପ୍ରଦୀପ ଆଠଗଡର ବିଡ଼ିଓ ଭାବେ ୨୦୨୩ ମସିହା ଫେବ୍ରୁଆରୀ ୨୩ ତାରିଖରେ ନିଯୁକ୍ତି ପାଇଥିଲେ ।ଆଠଗଡ ପୂର୍ବରୁ ନରସିଂହପୁରରେ ସେ କାର୍ଯ୍ୟ ଭରା ସମ୍ଭାଳିଥିଲେ ।