
ଜାନୁଆରୀ ମାସରେ ମାଲକାନଗିରି ବିମାନ ବନ୍ଦର ହୋଇଥିଲା ଲୋକାର୍ପିତ ।ଏବେ ସେହି ବିମାନ ରନୱେରେ ଚାଲିଛି ସାଇକେଲ ଓ ମୋଟର ସାଇକେଲ।ଗାଈ ଗୋରୁ ବୁଲା କୁକୁରଙ୍କ ଚାରା ଭୂଇଁ ପାଲଟିଛି ଏହି ବିମାନ ବନ୍ଦର।ବିମାନ ବନ୍ଦରରେ ବିମାନ ଚଳାଚଳ ତ ଦୂରର କଥା ବିମାନ ବନ୍ଦର ପରିସରରେ ଗୋଟିଏ ବି ବିମାନ ଦେଖିବାକୁ ମିଳୁନାହିଁ । ଏହି ରନୱେ ପାର କରି ଅନ୍ୟ ଗାଁକୁ ଯାତାୟାତ କରୁଛନ୍ତି ପାଖ ଗାଁ ଲୋକ ।କେଉଁଠି ବିମାନ ବନ୍ଦର ପାଚେରି ଭୁଶୁଡି ଯାଇଛି ତ କେଉଁଠି ଟର୍ମିନାଲ ବିଲଡିଂରୁ ପାଣି ଗଳୁଛି ।ନିର୍ବାଚନ ପାଇଁ ତରବରିଆ ଭାବେ ଏପରି କାର୍ଯ୍ୟ ଦୃଢ ବିରୋଧ କରୁଛନ୍ତି ମାଲକାନଗିରିବାସୀ ।