
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ କମ୍ପୁଛି ସଂସଦ | ସରକାରଙ୍କୁ ଜୋରଦାର ଆଟାକ କରିଛନ୍ତି ବିରୋଧୀ ଇଣ୍ଡିଆ ବ୍ଲକ | ବଜେଟ ସମୀକ୍ଷା କରିବାକୁ ଯାଇ ଅର୍ଥମନ୍ତ୍ରୀଙ୍କୁ ଘେରିଛନ୍ତି | ହାଲୁଆ ଫଟୋରେ କାହିଁକି sc /st ଅଧିକାରୀଙ୍କ ଫଟୋ ନାହିଁ ? ବଜେଟରେ କାହିଁକି ୩/୪ଟି ରାଜ୍ୟକୁ ବାଦ ଦେଲେ ଅନ୍ୟମାନଙ୍କ ନାଁ ନାହିଁ ? ବଜେଟ କଥା କହିବା ବେଳେ କାହିଁକି ଅର୍ଥମନ୍ତ୍ରୀ ନିର୍ମଳା ହସିଲେ ? ଏମିତି କହି ସରକାରଙ୍କୁ ଜବରଦସ୍ତ ଆଟାକ କରିଛନ୍ତି ବିରୋଧୀ | ସରକାର ମଧ୍ୟ ଏହାର କଡା ଜବାବ ଦେଇ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି |
ନିର୍ମଳାଙ୍କ ୨୦୨୪ ବଜେଟକୁ ସମାଲୋଚନା କରି ଏହା ଚୌକି ରକ୍ଷା ବଜେଟ ବୋଲି କହି କଟାକ୍ଷ କରିଥିଲା କଂଗ୍ରେସ | ଏଥିରେ କେବଳ ୨ଟି ରାଜ୍ୟ ବିହାର ଓ ଆନ୍ଧ୍ରକୁ ଗୁରୁତ୍ୱ ଦେଇଛନ୍ତି ସରକାର | ସରକାର ବଜେଟରେ ଦୁଇ/ତିନୋଟି ରାଜ୍ୟର ନାଁ ନେଇଥିବାରୁ ବର୍ଷିଥିଲା କଂଗ୍ରେସ | ଆନ୍ଧ୍ର, ବିହାରକୁ ଛାଡି ଅନ୍ୟ ସବୁ ରାଜ୍ୟକୁ ବଜେଟରେ ଅବହେଳା କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରି ରାହୁଲଙ୍କୁ କଡା ଜବାବ ଦେଇଛନ୍ତି ନିର୍ମଳା | ଅର୍ଥମନ୍ତ୍ରୀ କହିଛନ୍ତି, କଂଗ୍ରେସ ଭୁଲ ତଥ୍ୟ ଦେଇ ସବୁବେଳେ ସଂସଦକୁ ବିଭ୍ରାନ୍ତି କରୁଛି |
ରାଜ୍ୟର ନାଁ ନ ନେବାର ଅର୍ଥ ନୁହେଁ ସେ ରାଜ୍ୟକୁ ଅବହେଳା କରିବା | ଯଦି କଂଗ୍ରେସ ଠିକ କହୁଥାଏ ତେବେ ୨୦୦୪-୦୫ ବଜେଟରେ ଉପା ସରକାର ୧୭ ରାଜ୍ୟର ନାଁ ନେଇ ନ ଥିଲା | ତେବେ ସେମାନଙ୍କୁ ଅବହେଳା କରିଥିଲା କି ? ଅନୁଦାନ ଦେଇ ନ ଥିଲା କି ? ସେହିପରି, ୨୦୦୫-୦୬ ବଜେଟରେ ୧୮ ରାଜ୍ୟର ନାଁ ନେଇ ନ ଥିଲା, ୦୬-୦୭ରେ ୧୩, ୦୭-୦୮ରେ ୧୬, ୦୮-୦୯ରେ ୧୩ ଓ ୦୯-୧୦ ବଜେଟରେ ୧୬ ରାଜ୍ୟର ନାଁ ନେଇ ନ ଥିଲା ଉପ ସରକାର | ତେବେ ଏସବୁ ରାଜ୍ୟକୁ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଅବହେଳା କରିଥିଲା କି ବୋଲି ପ୍ରଶ୍ନ କରିଛନ୍ତି ନିର୍ମଳା | ସେହିପରି ଦରଦାମ ବୃଦ୍ଧି, ହାଲୁଆ ଫଟୋରେ sc /st ଅଫିସର ପ୍ରସଙ୍ଗକୁ ନେଇ ମଧ୍ୟ ରାହୁଲଙ୍କୁ କଡା ଜବାବ ଦେଛନ୍ତି ନିର୍ମଳା