
ରାଜ୍ୟ ବଜେଟ୍ ଅଧିବେଶନର ଆଜି ଅଷ୍ଟମଦିନ ।ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଚାଲିଥିବା ବେଳେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆସିଛି ଖୁସି ଖବର ।ଯେଉଁ ବୟସ୍କ ବ୍ୟକ୍ତିମାନେ ଅକ୍ଷମ ଥିବେ ଦୂରକୁ ଯାଇପାରୁନଥିବେ ସେମାନଙ୍କ ଘରେ ନେଇ ରାସନ ଦେବାର ଯୋଜନା କରୁଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଚାଉଳ ନେବା ପାଇଁ ଟିପଚିହ୍ନ ବାଧ୍ୟତାମୂଳକ ହୋଇଥିବାରୁ ସେମାନଙ୍କୁ ଘରୁ ବ୍ୟବସ୍ଥା କରାଯିବ। ରାଜ୍ୟସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ଆପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରୁଛନ୍ତି।
ଅନ୍ୟପଟେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନର ରଖିଛନ୍ତି ଉତ୍ତର କହିଛନ୍ତି କୌଣସି ଗରିବଙ୍କ ରାସନ କାର୍ଡ କଟା ଯାଉନାହିଁ ବରଂ ଯେଉଁମାନେ ଭୁତ ଅଯୋଗ୍ୟ ସେମାନଙ୍କ ରାସନ କାର୍ଡ କାଟିଦିଆଯାଉଛି ।
ରାଜ୍ୟରେ ୭୮ପ୍ରତିଶତ ଲୋକ ମାଗଣା ଚାଉଳ ପାଉଛନ୍ତି, ମାତ୍ର ୨୬ଲକ୍ଷରୁ ଅଧିକ ଭୁତ ରାସନକାର୍ଡଧାରୀଙ୍କ ନାଁରେ ରହିଛି ରାସନ କାର୍ଡ ।୬ ଲକ୍ଷ ୧୯ ହଜାର ୮୩୬ ରାସନ କାର୍ଡ ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।ସରକାର ଖୁବଶୀଘ୍ର E -KYC ଲାଗୁ କରୁଛନ୍ତି ଯାହା ଫଳରେ ଅଯୋଗ୍ୟଙ୍କ ନାଁ ରାସନ କାର୍ଡରୁ କଟିଯିବ ।