
ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ ।ଆଜି ଗୃହକାର୍ଯ୍ୟ ଆରମ୍ଭରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।ଗୃହରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ।ଏହାପରେ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା ଯାହା ଫଳରେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।ଏହି କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି।
କଂଗ୍ରେସ ବିଧାୟକ ତରାବାହିନପତିଙ୍କ ସ୍ବାଧୀକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି ।କଂଗ୍ରେସ ବିଧାୟକ ତାରାବାହିନପତି ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ତୀବ୍ର ବିରୋଧ କରିଛନ୍ତି।ଗୃହ ଚାଲିଥିଲା ବେଲେ ଗୃହ ବାହାରେ ଅଗ୍ନିବୀରଙ୍କ ସଂରକ୍ଷଣ ପାଇଁ କିପରି ଘୋଷଣା କଲେ ବୋଲି ତୀବ୍ର ବିରୋଧ କରିଛନ୍ତି ବିରୋଧୀ ଦଳ ।